ବୌଦ୍ଧର ତାଏକୋଣ୍ଡୋ ଏକାଡେମୀ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ବୌଦ୍ଧ ଜିଲ୍ଲା କ୍ୟୁରୋଗି ଚାମ୍ପିୟନସିପ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି ଚାମ୍ପିୟନସିପ ର ଉଦଯାପନୀ ଉତ୍ସବରେ ଓଡ଼ିଶା ରାଜ୍ୟ ଲୋକପାଳ ସଭାପତି ଡ.ଦିଲ୍ଲୀପ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଣେ ଉତ୍ତମ ଖେଳାଳୀ ହୋଇ ଆମ ଜିଲ୍ଲା ତଥା ଦେଶର ନାମ ରଖିବା ପାଇଁ ପିଲାଙ୍କୁ ଆହ୍ୱାନ ଦେଇଥିଲେ।
ଓଡ଼ିଶା ତାଏକୋଣ୍ଡୋ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ପର୍ଯ୍ୟବେକ୍ଷକ ତଥା ଅତିଥି ଭାବେ ଯୋଗଦେଇ ଖେଳ ଦ୍ଵାରା ନିଜ ଶରୀର ସୁସ୍ଥ ରଖି ଉତ୍ତମ ପାଠ ପଢି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲେ। ଏହି ଚାମ୍ପିୟନସିପରେ ୨୯ ଜଣ କଲର୍ ଵେଲ୍ଟ ଟେଷ୍ଟରେ ଓ ୧୭ ଜଣ ବ୍ଲାକ ବେଲ୍ଟରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ। ଉପସଭାପତି ବିଶ୍ୱରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କୋଚ୍ ତଥା ସାଧାରଣ ସମ୍ପାଦକ ଅଞ୍ଜିତ କୁମାର ସାହୁ ବିବରଣୀ ପଠନ କରିଥିଲା ବେଳେ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏପରିକି ଏହି କୃତି ଛାତ୍ରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।