ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର
Khabar Odisha:Chief-Secretary-Suresh-Chandra-Mohapatra-is-on-a-two-day-visit-to-Kendujhar-to-review-various-programs
କେନ୍ଦୁଝର , ଫେବୃଆରୀ 28 (ଖବର ଓଡ଼ିଶା):

 କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । । ଏହି ସମୟରେ ଜାତୀୟ ରାଜପଥର ସମ୍ପୂର୍ଣ୍ଣିକରଣ, କାନପୁର ବୃହତ ଜଳ ପ୍ରକଳ୍ପ ଯୋଜନା, ମେଡିକାଲ କଲେଜ, ଓ ମେଗା ପାନୀୟ ଜଳ ପ୍ରକଳ୍ପ ଆଦିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଗତକାଲି ଘଟଗାଁରେ ସେ ତାରିଣୀ ଦର୍ଶନ ସାରି ସନ୍ଧ୍ୟାରେ କେନ୍ଦୁଝରରେ ପହଞ୍ଚିଥିଲେ। ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ହଲ୍ ଠାରେ ଜିଲ୍ଲାର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଏହି ସମୟରେ ମୁଖ୍ୟତଃ ଜାତୀୟ ରାଜପଥର ସମ୍ପୂର୍ଣ୍ଣୀକରଣ, କାନପୁର ବୃହତ ଜଳ ପ୍ରକଳ୍ପ ଯୋଜନା, ମେଡିକାଲ କଲେଜ, ଓ ମେଗା ପାନୀୟ ଜଳ ପ୍ରକଳ୍ପ ଆଦିର ସମୀକ୍ଷା କରିଛନ୍ତି ।

ବୈଠକ ପରେ ମେଡିକାଲ କଲେଜ ନିର୍ମାଣର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଏହାସହ ଆଗାମୀ ଶିକ୍ଷାବର୍ଷରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ଏହାସହ ସେ ଜିଲ୍ଲାର ଡିଏମଏଫ ଓ ଓମ୍ଵାଡସି ଅର୍ଥରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ପ୍ରଶଂସା କରିଛନ୍ତି ।

  • Tags:

Subscribe

National International State Sports Entertainment