ଜନ୍ମମାଟିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜନ୍ମମାଟିରେ ପହଞ୍ଚିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ପାଛୋଟି ନେଇଛନ୍ତି କେନ୍ଦୁଝର ବାସୀ । ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ହଜାର ହଜାର ଲୋକ ତାଙ୍କ ସହ ସାକ୍ଷାତ କରିଛନ୍ତି । କେନ୍ଦୁଝରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ରୋଡ଼ ଶୋ କରିଛନ୍ତି ।
ଆଜି କେନ୍ଦୁଝରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାପରେ ଆସନ୍ତାକାଲି ନିଜ ଗାଁକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି । ପ୍ରଥମେ ଘଟଗାଁ ହାଇସ୍କୁଲ ପଡ଼ିଆରେ ପହଞ୍ଚିଥିଲେ । ଏହାପରେ ସେଠାରୁ ରୋଡ୍ ସୋ’ କରିଛନ୍ତି । ଏହା ପରେ କେନ୍ଦୁଝର ଯାତ୍ରା କରି ସର୍କିଟ୍ ହାଉସ୍ ରେ ବିଶ୍ରାମ ନେବେ । ଅପରାହ୍ଣରେ ପୁରୁଣା ସହର ଶ୍ରୀବଳଦେବଜିଉ ମନ୍ଦିରରେ ପୂଜାର୍ଚ୍ଚନା କରି ପୁରୁଣା ବଜାରଠାରୁ ରୋଡ୍ ସୋ’ରେ ଯାଇ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ।