ନବରଙ୍ଗପୁର: ବିଜେଡିର ନେତା ତଥା ପୂର୍ବତନ ସାଂସଦ ପ୍ରଦୀମ ମାଝୀଙ୍କ ନାଁରେ ଥାନାରେ ମାମଲା । ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମୁଖରେ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାୟରିଂ କରିବା ଧମକ ଦେବା ଘଟଣାରେ ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ମାମଲା ଦାୟର ହୋଇଛି । ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୀପଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।
ସୂଚନା ଅନୁସାରେ ଗତ ୨୦ ନଭେମ୍ବରରେ ପ୍ରେସର କୁକୁର ଫାଟି କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କାକଡ଼ି ସେମଳା ସ୍କୁଲ ଛାତ୍ର ଧନେଶ୍ଵର ଭତ୍ରା ଆହତ ହୋଇଥିଲେ। ଗୁରୁତର ଧନେଶ୍ବରଙ୍କୁ ଚିକିତ୍ସା କରିବା ବଦଳରେ ୨୦ ତାରିଖରୁ ସେହିଭଳି ଛାତ୍ରାବାସରେ ରଖାଯାଇଥିଲା। ଏହି ଖବର ଶୁଣି ସୋମବାର ସଂଧ୍ୟାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଛାତ୍ରାବାସର ପାଚେରୀ ଡେଇଁ ଅନ୍ତେବାସୀ ଛାତ୍ର ଧନେଶ୍ବରର ରୁମକୁ ଯାଇ ତାକୁ ସେଠାରୁ ଉଦ୍ଧାର କରି ଆଣିଥିଲେ।
ଏହା ପରେ ସେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟଳୟକୁ ଯାଇ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ସହ କିଛି ସମୟ ଧରି ଯୁକ୍ତିତର୍କ କରିଥିଲେ। ଡିଡବ୍ଲୁଓଙ୍କୁ ଫାଇରିଂ କରିଦେବି ବୋଲି ଦୁଇଥର ପୂର୍ବତନ ସାଂସଦ କହିଥିଲେ। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଘଟଣାକୁ ନେଇ ତିନି ଦିନ ପରେ ନବରଙ୍ଗପୁର ଥାନାରେ ପ୍ରଦୀପ ମାଝୀଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ଆଜି ଏନେଇ ନବରଙ୍ଗପୁର ଥାନାରେ ମାମଲା ଦାୟର କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ।
ରବୀନ୍ଦ୍ର ପାଲକା ଥାନାରେ ଅଭିଯୋଗ କରିଛନ୍ତି ଯେ, ସରକାରୀ କାର୍ଯ୍ୟରେ ଥିବା ବେଳେ ଜିଲ୍ଲାପାଳ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମୋତେ ଫାୟରିଂ କରିଦେବି ବୋଲି ଧମକ ଦେଇଥିଲେ। ଏହା ତାଙ୍କ ସାମାଜିକ ପ୍ରତିଷ୍ଠା ପ୍ରତି ଆଞ୍ଚ ଆସିଥିବା ତଥା ମାନସିକ ସ୍ତରରେ ନିର୍ୟାତିତ ହେଉଥିବା ନେଇ ନିଜ ଏତଲାରେ ଦର୍ଶାଇଛନ୍ତି ।
ଏହି ଘଟଣାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ସଭାପତି ତୀବ୍ର ନିନ୍ଦା କରିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ଏଭଳି ନେତାଙ୍କ ବିରୋଧରେ ପୁଲିସରେ ଏତଲା ଦେବାକୁ ଦାବି କରିଛନ୍ତି। ଉକ୍ତ ଘଟଣାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠିଥିବା ବେଳେ ଶାସକ ବିରୋଧୀ ମୁଁହା ମୁହିଁ ହୋଇଥିଲେ ।
Also read: ଶ୍ରୀମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ, କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା