ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବଡ ଦାବି କରିଛନ୍ତି। ସେ କହିଛନ୍ତି, ଯେ ଇରାନର ସାମରିକ ଶକ୍ତି ନଷ୍ଟ ହୋଇଯାଇଛି। ଇରାନରେ ୭,୦୦୦ ରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଛି। ଆମେ ଚାହୁଁଛୁ ଯେ ଚୀନ୍ ଏବଂ ଜାପାନ ଆସି ଆମକୁ ସାହାଯ୍ୟ କରନ୍ତୁ।
ଟ୍ରମ୍ପ କହିଛନ୍ତି, ଇରାନ ସରକାରଙ୍କୁ ପରାସ୍ତ କରିବା ପାଇଁ ଆମର ଶକ୍ତିଶାଳୀ ସାମରିକ ଅଭିଯାନ ଗତ କିଛି ଦିନ ଧରି ପୂର୍ଣ୍ଣ ବଳରେ ଚାଲିଛି। ଇରାନର ସାମରିକ ପ୍ରାୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଇରାନର ବାୟୁସେନା ଏବଂ ନୌସେନା ଧ୍ୱଂସ ପାଇଛି। ସେମାନଙ୍କର ୧୦୦ ରୁ ଅଧିକ ଜାହାଜ ଏବଂ ଅନେକ ଯୁଦ୍ଧଜାହାଜ ବୁଡ଼ି ଯାଇଛି। ବିମାନ ପ୍ରତିରୋଧୀ ପ୍ରଣାଳୀ ଏବଂ ରାଡାର ଧ୍ୱଂସ ପାଇଛି ଏବଂ ସେମାନଙ୍କର ନେତାମାନଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଇରାନ ୪୭ ବର୍ଷ ଧରି ଆତଙ୍କବାଦ ପ୍ରୋତ୍ସାହନ ଦେଇ ଆସିଛି ।
୭,୦୦୦ ରୁ ଅଧିକ ଇରାନୀ ଲକ୍ଷ୍ୟସ୍ଥଳ ନଷ୍ଟ: ଟ୍ରମ୍ପ
ଆମେରିକୀୟ ରାଷ୍ଟ୍ରପତି କହିଛନ୍ତି, ଯୁଦ୍ଧ ଆରମ୍ଭ ହେବା ପରଠାରୁ, ଆମେ ଇରାନରେ ୭,୦୦୦ ରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଛୁ । ଏଥିରୁ ଅଧିକାଂଶ ବାଣିଜ୍ୟିକ ଏବଂ ସାମରିକ ପ୍ରତିଷ୍ଠାନ। ଆମ ଆକ୍ରମଣରେ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ୯୦ ପ୍ରତିଶତ ଏବଂ ଡ୍ରୋନ୍ ଆକ୍ରମଣ ୯୫ ପ୍ରତିଶତ ହ୍ରାସ ପାଇଛି। ଆମେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ନିର୍ମାଣ କାରଖାନା ଉପରେ ମଧ୍ୟ ଆକ୍ରମଣ କରିଛୁ । ଆଗକୁ ମଧ୍ୟ ଏମିତି ଆକ୍ରମଣ ଜାରି ରହିବ ।
ଟ୍ରମ୍ପ କହିଛନ୍ତି, ଖାର୍ଗ ଦ୍ୱୀପ ଉପରେ ଆକ୍ରମଣ କରି ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛୁ।ତୈଳ କ୍ଷେତ୍ର ବ୍ୟତୀତ ଦ୍ୱୀପର ସବୁକିଛି ନଷ୍ଟ କରିଦେଇଛୁ। କେବଳ ସେଠାରେ ପାଇପଲାଇନ୍ ଛାଡ଼ି ଦେଇଛୁ। ଭବିଷ୍ୟତରେ ଇରାନକୁ ପୁନଃନିର୍ମାଣ କରିବା ଉଦ୍ଦେଶ୍ୟରେ, ମୁଁ ଭାବୁଛି ଆମେ ଠିକ୍ କାମ କରିଛୁ। ଏବେ ଇରାନ ପୁଣି ଥରେ ଏହାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ କ୍ଷମତା ବୃଦ୍ଧି କରିପାରିବ ନାହିଁ କାରଣ ଆମେ ଏହାକୁ ନଷ୍ଟ କରିଦେଇଛୁ।
Also read: ଭାରତୀୟଙ୍କୁ ଦୂତାବାସର ପରାମର୍ଶ: ବିନା ସୂଚନାରେ ଇରାନ ସୀମା ପାର କରନ୍ତୁ ନାହିଁ