ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣା ଫଳରେ ଅନେକ ନିରୀହ ଜୀବନ ଚାଲିଯାଉଛି। ସେହିଭଳି ଆଜି ଭୁବନେଶ୍ବର ୟୁନିଟ-୮ ଜଳେଶ୍ୱର ମନ୍ଦିର ଛକରେ ଏକ କାର୍ଟି ଭାରସାମ୍ୟ ହରାଇ ଦୁଇଟି ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀଙ୍କ ସମେତ ୫ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ଅନୁସାରେ , ଆଜି ଦ୍ୱିପ୍ରହର ସମୟରେ ଏକ କାର କିଛି ବ୍ୟକ୍ତି ଯାଉଥିଲେ। ହଠାତ କାର ଟି ଜଳେଶ୍ୱର ମନ୍ଦିର ଛକ ନିକଟରେ ଭାରସାମ୍ୟ ହରାଇ ଦୁଇଟି ବାଇକ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକଙ୍କ ସମେତ ଦୁଇଟି ବାଇକରେ ବସିଥିବା ଲୋକମାନେ ତଳେ ଛିଟିକି ପଡ଼ିଥିଲେ। ଫଳରେ ୫ ଜଣ ଆହତ ହୋଇଥିଲେ। ତେଣୁ ସ୍ଥାନୀୟ ଲୋକେ ଆହତ ଅବସ୍ଥାରେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ମେଡିକାଲରେ ବାଇକ ଚାଳକଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି। ଖବରପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଚାଳକଙ୍କୁ ପଚରାଉଚରା କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି।