ପୁରୀ: ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ହେବ । ସେନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତରେ ଆସି ସମୀକ୍ଷା କରିବେ । ଆଜି ପୂର୍ବାହ୍ନ ୧୧ଟାରେ ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ,ଆଇନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଯୋଗ ଦେବେ । ଏହି ବୈଠକରେ ପରିମଳ, ସ୍ବାସ୍ଥ୍ୟ, ସୁରକ୍ଷା ଓ ପରିବହନ ସହ ଶୃଙ୍ଖଳିତ ନୀତିକାନ୍ତି ଓ ସୁବ୍ୟବସ୍ଥିତ ଦର୍ଶନ ନେଇ ଆଲୋଚନା ହେବ । କିପରି ରଥଯାତ୍ରାକୁ ଶୃଙ୍ଖଳିତ କରାଯିବ । ସେନେଇ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ରଥଯାତ୍ରା ପାଇଁ କ୍ଷାଧିକ ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ସହ ଶୃଙ୍ଖଳିତ ନୀତି କାନ୍ତି ସମ୍ପାଦନ ନିମନ୍ତେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଏହି ମନ୍ତ୍ରୀସ୍ତରୀୟ କମିଟି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ବୁଲି ସମୀକ୍ଷା କରିବା ସହ ରଥଯାତ୍ରା ପାଇଁ ହୋଇଥିବା ସମସ୍ତ ପ୍ରସ୍ତୁତିର ଅନୁଧ୍ୟାନ କରିବେ । ବାସି କିମ୍ବା ପଚା ଶଢା ଖାଦ୍ୟ ବିକ୍ରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଭକ୍ତ ମନେ ଭିଡ଼ ରେ ଅସୁସ୍ଥ ହେଲେ କିଭଳି ଭକ୍ତଙ୍କୁ ଉଦ୍ଧାର କରାଯାଇଛି ଆମ୍ବୁଲାନ୍ସ ସାହାଯ୍ୟରେ ହସ୍ପିଟାଲରେ ପହଞ୍ଚାଯିବ ସେନେଇ ମଧ୍ୟ ଆଲୋଚନା କରିଥିଲେ ।
ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବର ଜାରି କରାଯିବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ସମୟରେ ସୁଦ୍ଧପାନୀୟ ଜଳ ଭକ୍ତଙ୍କୁ ଯୋଗାଇବା ଲାଗି ବୈଠକରେ ଆଲୋଚନା କରାଯାଇଥିଲା । ମହାପ୍ରଭୁଙ୍କ ଘୋଷଯାତ୍ରାବେଳେ ଯେମିତି ବି ଅଘଟଣ ନ ଘଟେ ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।