ରାଜ୍ୟରେ ଏବେ ସବୁ ସ୍ଥାନରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଉଛି । ଏହା ସୁଯୋଗ ନେଉଛନ୍ତି ଟେଣ୍ଡର ନେଉଥିବା କମ୍ପାନୀ ।ସ୍କୁଲ ଟେଣ୍ଡର ପାଇଁ ଲାଞ୍ଚ କାରବାର ହେଉଛି ।ଲାଞ୍ଚ ନେଲାବେଳେ ସିବିଆଇ କବଜାକୁ ଆସିଲେ ୭ ଜଣ ଅଭିଯୁକ୍ତ ।ଆଦର୍ଶ ଆବାସିକ ବିଦ୍ୟାଳୟ ନାଁ ରେ ହେଉଥିଲା ଲାଞ୍ଚ କାରବାର ।କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ୧୯ ଲକ୍ଷ ୯୬ ହଜାର ତାଙ୍କ ଲାଞ୍ଚ ନେବା ଅଭିଯୋଗରେ ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ଼ର ସିଏମଡି କାର୍ଯ୍ୟନିର୍ବାହୀ ସଚିବଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।
ସୂଚନା ଅନୁଯାୟୀ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ବିଭାଗ ଅଧୀନରେ ଆଦିବାସୀ ଅଞ୍ଚଳରେ ପିଲାମାନଙ୍କ ପାଠ ପଢିବାକୁ ସୁବିଧା ପାଇଁ ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୋଲାଯାଇଥାଏ । ଓଡ଼ିଶାରେ ମଧ୍ୟ ଏପରି ବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତୁତ ହୋଇଛି ।ଏହି ବିଦ୍ୟାଳୟର ଟେଣ୍ଡର ପାଇଁ କୋଲକାତାର ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ଼କୁ ସରକାରୀ କର୍ମଚାରୀଙ୍କ ପାଇଁ ଲାଞ୍ଚ ମଗାଯାଇଥିଲା ।ତେବେ ଏହି ଲାଞ୍ଚ କାରବାର ଜଣେ ମଧ୍ୟସ୍ଥିଙ୍କ ଦ୍ୱାରା କରାଯାଉଥିଲା ।କିନ୍ତୁ ଠିକ ସମୟରେ ୧୯ ଲକ୍ଷ ୯୬ ହଜାର ତାଙ୍କ ସହ ଦୁଇ ଜଣଙ୍କୁ ସିବିଆଇ ଗିରଫ କରିଛି ସିବିଆଇ । ସ୍କୁଲ ଟେଣ୍ଡର ମାମଲାରେ ଏଭଳି ଦୁର୍ନୀତି ଅଭିଯୋଗରେ ଦେଶରେ ୬ ଟି ବଡ଼ବଡ଼ ସହର ଅର୍ଥାତ କୋଲକାତା ,ଦିଲ୍ଲୀ ,ନୋଏଡା,ମୁମ୍ବାଇ ,ନାଗପୁର ,ରାଜକୋଟରେ ଚଢ଼ାଉ କରିଥିଲା ସିବିଆଇ ।ଏହିସବୁ ସ୍ଥାନ ଗୁଡିକରେ ସିବିଆଇ ଚଢ଼ାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଡିଜିଟାଲ ପ୍ରମାଣ ଏବଂ ନଗଦ ୨୬ .୬୦ ଲକ୍ଷ ଟଙ୍କା ଜବତ କରିଛି । ତେବେ ସ୍କୁଲ ନାଁ ରେ ଆଉ କେଉଁଠି ଲାଞ୍ଚ କାରବାର ଚାଲିଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ତେଣୁ ସିବିଆଇ ତାର ତଦନ୍ତ ଜାରିରଖିଛି ।
ଅଧିକ ପଢନ୍ତୁ ;ଚାକିରୀ ଦେବା ନାଁ ଠକୁଛନ୍ତି ଦୁର୍ବୃତ୍ତ