କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଜାତୀୟ ଉଦ୍ୟାନ ହେଉଛି ଭିତରକନିକା । ଭିତରକନିକାରେ ବିଭିନ୍ନ ପଶୁପକ୍ଷୀ ଓ ଗଛଲତା ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ ଭିତରକନିକାରେ ଥିବା କୁମ୍ଭୀର ସମସ୍ତ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । କିନ୍ତୁ ମେ’ ପହିଲାରୁ ଭିତରକନିକା ବନ୍ଦ ହେବ ବୋଲି ସୂଚନା ମିଳିଛି । କୁମ୍ଭୀରମାନଙ୍କର ପ୍ରଜନନ କରିବାର ସମୟ ଆରମ୍ଭ ହେବା ପୂର୍ବରୁ ଭିତରକନିକାକୁ ସମସ୍ତ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ କରାଯିବ । କୁମ୍ଭୀର ସାଧାରଣତଃ ହିଂସ୍ର ଆଉ ସେମାନେ ପ୍ରଜନନ କରିବା ସମୟରେ ଅଧିକ ହିଂସ୍ର ହୋଇଯାନ୍ତି । ସେଥିପାଇଁ ମେ’ ପହିଲାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ ବୋଲି ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ସୀମାନ୍ତ ଅଞ୍ଚଳରେ ପୋଲିସର କଡ଼ାକଡ଼ି ଯାଞ୍ଚ