ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ହେବେ। ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପୋର୍ଟେମ୍ ସ୍ପିକର ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯେପର୍ଯ୍ୟନ୍ତ ଲୋକସଭାର ନୂଆ ବାଚସ୍ପତି ନିଯୁକ୍ତ ନହୋଇଛନ୍ତି, ସେପର୍ଯ୍ୟନ୍ତ ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରିବେ। କଟକ ଲୋକସଭାରୁ ସାତ ସାତଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ଏଥର ବିଜେଡିର ସଂତୃପ୍ତ ମିଶ୍ରଙ୍କୁ ୫୭ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।
ସେପଟେ ବିଧାନସଭା ଦେଖିଲା ଦ୍ୱିତୀୟ ମହିଳା ବାଚସ୍ପତି। ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରଣପୁର ବିଧାୟିକା ସୁରମା ପାଢୀ। ଆଜି ସର୍ବସମ୍ମତି କ୍ରମେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ଦିନ ୧୧ଟାରେ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଥିଲା। ଗୃହ ପରିଚାଳନା କରିଥିଲେ କାମଚଳା ବାତସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁରମା ପାଢୀଙ୍କୁ ବାଚସ୍ପତି କରିବା ଲାଗି ପ୍ରସ୍ତାବ ଆଗତ କରିଥିଲେ ଯାହାକ ସବୁ ଦଳ ସମର୍ଥନ କରିଥିଲେ। ଏହାପରେ ସବୁ ଦଳର ସଦସ୍ୟ ମିଶି ସୁରମାଙ୍କୁ ବାଚସ୍ପତି ସିଟ୍ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।
ଅଧିକା ପଢନ୍ତୁ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଏହି ସର୍ତ୍ତରେ ମିଳିଛି ଜାମିନ୍, ଜେଲରୁ ବାହାରିବା ହେଲା ଅଡୁଆ