ଭୁବନେଶ୍ୱର: ଯେବେଠାରୁ ମହମ୍ମଦ ମୋକିମ କଂଗ୍ରେସରୁ ବିଦା ହୋଇଛନ୍ତି ସେବେଠାରୁ ରାଜ୍ୟରେ ନୂତନ ଆଞ୍ଚଳିକ ଦଳ ଗଢ଼ିବା ଚର୍ଚ୍ଚା ଜୋର୍ ଧରିଛି । ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା ମୋକିମ ଏବଂ ବିଜୟ ମହାପାତ୍ରଙ୍କ ଭେଟଘାଟ । ଏହାରି ମଧ୍ୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତିକ୍ରିୟା ଦେଇଛନ୍ତି ।
ଭକ୍ତ ଦାସ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ବିଭିନ୍ନ ସମୟରେ ନୂଆ ରାଜନୀତିର ଚିନ୍ତା ଆସେ । ଭାରତବର୍ଷ ଏକ ସ୍ୱାଧୀନ ଦେଶ । ଯିଏ ଯେତେବେଳେ ଚାହିଁବ ସେତେବେଳେ ଦଳ ଗଢ଼ିପାରିବ, ସମ୍ବିଧାନ ଏ ଅଧିକାରୀ ଦେଇଛି । ଏହାରି ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ଭକ୍ତ କହିଛନ୍ତି, କଂଗ୍ରେସ ଯେଉଁ ସମ୍ବିଧାନ ଦେଇଛି ବିଜେପି ସେହି ସମ୍ବିଧାନ ବଳରେ ବଳିୟାନ ହୋଇ ସେହି ସମ୍ବିଧାନକୁ ଶେଷ କରିବାକୁ ଚେଷ୍ଟା କରୁଛି । ପ୍ରୟାସ ସମସ୍ତେ କରିପାରିବେ,ଯାହା ଓଡ଼ିଶାବାସୀ ନିଷ୍ପତ୍ତି କରିବେ । କେଉଁ ସମୀକରଣ କେତେ ଦୂର ଗ୍ରହଣୀୟ ହେବ ତାହା ଓଡ଼ିଶାର ଜନତା କହିବେ ।
ଭକ୍ତ କହିଛନ୍ତି । କଂଗ୍ରେସ ତାର ଗନ୍ତବ୍ୟ ପଥରେ ଆଗେଇ ଆସିଛି । ନିଜର ବିଭିନ୍ନ କାର୍ଯ୍ୟକ୍ରମ ଓ ଉପନିର୍ବାଚନ ମାଧ୍ୟମରେ କଂଗ୍ରେସ ଘାତ ପ୍ରତିଘାତ ମଧ୍ୟରେ ଦ୍ୱିତୀୟ ଦଳରେ ସ୍ଥାପିତ ହୋଇଛି । କିଏ କଣ ଭାବୁଛନ୍ତି, ସେମାନଙ୍କ ଉପରେ ମନ୍ତବ୍ୟ ଦେବାକୁ ମୁଁ କେହି ନୁହେଁ । ରାଜନୀତି ସ୍ଥାଣୁତ୍ୱ ନୁହେଁ, ରାଜନୀତି ଗତିଶୀଳ । ତେଣୁ ଯାହା ସମ୍ଭାବନା ଦେଖାଯାଉଛି, ସେସବୁ ହେବା ଭଲ ବୋଲି କହିଛନ୍ତି ଭକ୍ତ ଦାସ ।