ପାଟନା: ନିଯୁକ୍ତି ପତ୍ର ବାଣ୍ଟିବା ସମୟରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦ୍ୱାରା ମୁସଲିମ ମହିଳାଙ୍କ ବୁର୍କା ଟାଣିବା ନେଇ ବିବାଦ ବଢିବାରେ ଲାଗିଛି । ଏବେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ନୀତିଶ କୁମାରଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ଏହାକୁ ନେଇ ମିଡିଆରେ ମଧ୍ୟ ପୋଷ୍ଟ ଲେଖିଛନ୍ତି ।
ସେ ଏକ୍ସରେ ଲେଖିଛନ୍ତି, ମୁସଲିମ ମହିଳାଙ୍କ ବୁର୍କା ବଳପୂର୍ବକ ହଟାଇବା ସେମାନଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିଛି । ସେ କୋଠି ବାଗ ଥାନାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ସେ କାଶ୍ମୀର ପୋଲିସକୁ ଟ୍ୟାଗ କରି ଏହି ମାମଲାରେ ଉଚିତ୍ ପଦକ୍ଷେପ ନେବାକୁ ଅପିଲ୍ କରିଛନ୍ତି ।
ଏହା ସହିତ ଇଲତିଜା ହିଜାବ ଏବଂ ନକାବ ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେ ଲେଖିଛନ୍ତି, ଡିୟର ସାର, ମୁଁ ଆପଣଙ୍କ ଧ୍ୟାନ ଏକ ଘୃଣାସ୍ପଦ ଘଟଣା ଆଡକୁ ଟାଣିବାକୁ ଚାହୁଁଛି । ଏଥିରେ ମୁସଲିମ ମହିଳାଙ୍କୁ ବେଶ ବ୍ୟଥିତ କରିଛି । ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମସ୍ତ ଲୋକଙ୍କ ଉପସ୍ଥିତିରେ ଯୁବ ମୁସଲିମ ମହିଳା ଡାକ୍ତରଙ୍କ ମୁହଁରୁ ଜିଜାବ ଟାଣିବାକୁ ଉଦ୍ୟମ କରିଛନ୍ତି । ଆହୁରି ନିନ୍ଦନୀୟ କଥା ଏହି ସମୟରେ ସେଠାରେ ଉପସ୍ଥିତ ଉପମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ଲୋକ ଏହା ଦେଖି ହସୁଥିଲେ ।
Also read: ଟିଏମସି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ; କହିଲେ "ଭଗବାନ ରାମ ଥିଲେ ଜଣେ ମୁସଲମାନ", କଡ଼ା ବିରୋଧ କଲା ବିଜେପି