ସାଇବର ଲୁଟେରାଙ୍କୁ ସାବଧାନ ! ମାତିଛନ୍ତି ସାଇବର ଲୁଟେରା । ଲୋକଙ୍କଠାରୁ ସର୍ବସ୍ୱ ଲୁଟି ନେଉଛନ୍ତି ହ୍ୟାକର୍ । ଦିନକୁ ଦିନ ବଢିଚାଲିଛି ସାଇବର ଅପରାଧ । ପୋଲିସ ଆଖିରେ ଧୂଳିଦେଇ ଲୁଟ କରୁଛନ୍ତି ସାଇବର ଅପରାଧୀ । ଦୁଇ ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା । ଜଣେ ଯବାନଙ୍କ ଆକାଉଣ୍ଟରୁ ୪ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଲେ ସାଇବର ଅପରାଧୀ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।ଅନଲାଇନରୁ ଫୋନ ନମ୍ବର ସର୍ଚ୍ଚ କରିବା ପଡିଲା ମାହାଙ୍ଗା ।
ସୂଚନା ଅନୁଯାୟୀ,ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଜଣେ ଯୁବକଙ୍କ ବାପା ଫାୟରଷ୍ଟେସନ ଛକରେ ଥିବା ବିବେକାନନ୍ଦ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ମେଡିକାଲ ଡକ୍ୟୁମେଣ୍ଟ ପାଇଁ ଯୁବକ ଜଣଙ୍କ ହସପିଟାଲକୁ ଫୋନ୍ କରିବାକୁ ଗୁଗୁଲ ସର୍ଚ୍ଚରେ ଫୋନ୍ ନମ୍ୱର୍ ଖୋଜିଥିଲେ। ଗୁଗୁଲରେ ଯେଉଁ ନମ୍ବର ଆସିଥିଲା ସେହି ନମ୍ବରରେ ସେ କଲ କରି ସମସ୍ତ କଥା ଜଣାଇଥିଲେ ।
ଏହାପରେ ଡକ୍ୟୁମେଣ୍ଟ ପାଇବା ପାଇଁ ଯୁବକଙ୍କୁ ୧ ହଜାର ଟଙ୍କା ପଠାଇବାକୁ କୁହାଯାଇଥିଲା । ତାଙ୍କ କଥା ଶୁଣି ଯୁବକ ଜଣକ ୟୁପିଆଇ ଜରିଆରେ ଟଙ୍କା ପୈଠ କରିଥିଲେ । ଏହାପରେ ଯୁବକଙ୍କ ଆକାଉଣ୍ଟରୁ ୨୩ ହଜାର ଟଙ୍କା କଟି ଯାଇଥିଲା। ଅନ୍ୟପଟେ ଜଣେ ବିଏସଏଫ ଯବାନ ମଧ୍ୟ ସାଇବର ଠକାମିରେ ପଡି ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି । କ୍ରେଡିଟ୍ କାର୍ଡ ବନ୍ଦ କରାଇବା ଆଳରେ ଯବାନଙ୍କଠାରୁ ୪ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା।
ଅଧିକ ପଢନ୍ତୁ :ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଯନ୍ତ୍ରୀ ଓ କିରାଣି