ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ପୁଣି ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଭାଲୁ ଆତଙ୍କ । ଦିନକୁ ଦିନ ହାତୀ ଉପଦ୍ରଵ ବଢୁଥିବାବେଳେ ଏବେ ରାଜରାସ୍ତାରେ ବୁଲୁଛି ଭାଲୁ । ସୂଚନା ଅନୁସାରେ, ସୋମବାର ରାତିରେ ଢେଙ୍କାନାଳ ଜିଲ୍ଲାର ଭୁବନ ବନାଞ୍ଚନ ଅଧୀନ ଜାତୀୟ ରାଜପଥରେ ଭାଲୁ ବୁଲୁଥିବାର ଦୃଶ୍ୟ ଲୋକମାନେ ଦେଖିବାକୁ ପାଇଥିଲେ । ପରେ ଲୋକମାନେ ଭାଲୁ ରାଜରାସ୍ତାରେ ବୁଲୁଥିବାର ଭିଡିଓ ମଧ୍ୟ କରିଥିଲେ ।
ଭାଲୁ ବୁଲୁଥିବାର ଖବର ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳେଇଦେଇଛି । ଗୋଟେ ପଟେ ହାତୀ ଆତଙ୍କ ଲୋକଙ୍କ ଜୀବନକୁ ହନ୍ତସନ୍ତ କରୁଥିବାବେଳେ ଅନ୍ୟପଟେ ଭାଲୁ ରାଜରାସ୍ତାରେ ଅଧରାତିରେ ବୁଲୁଛି । ବନବିଭାଗକୁ ଏ ସମ୍ପର୍କରେ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଗତ କିଛିଦିନ ପୂର୍ବରୁ ରାତିରେ ଭୁବନର ପୂର୍ତ୍ତବିଭାଗ ଡାକବଙ୍ଗଳା, ଅଗ୍ନିଶମ ପରିସର ଓ ନୂଆଭୁବନ ଅଞ୍ଚଳରେ ମଧ୍ୟ ଭାଲୁ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ । କିନ୍ତୁ ଏବେ ରାଜ ରାସ୍ତାରେ ବୁଲୁଛି ଭାଲୁ ।
ଆଗକୁ ପଢ଼ନ୍ତୁ : ଅଭୟାରଣ୍ୟରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟାନ୍