Mayurbhanj:08/12/2022
ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନସ୍ଥ କୁଳିଅଣା ବ୍ଲକ ଅନ୍ତର୍ଗତ ପାତିହିଞ୍ଜା ପଞ୍ଚାୟତର କାଠରମା ଦେହୁରୀ ସାହିରେ ଗଳିପଡିଥିବା ୨ହାତୀ ଛୁଆ ଉଦ୍ଧାର। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ବେଷଣରେ ଆସି ଗାଁ ଧାନ ବିଲକୁ ଆସିଥିବା ବେଳେ ଅଧା ଖୋଳା ଡାଗଓ୍ବେଲ ଭିତରକୁ ଗଳିପଡିଥିଲେ । ତେବେ ହାତୀପଲଙ୍କ ଚେଷ୍ଟା ସତ୍ୱେ ହାତୀ ଦୁଇଗାତରୁ ବାହାରକୁ ବାହାରି ପାରିନଥିଲେ। ଖବର ପାଇ ବାରିପଦା ବନାଞ୍ଚଳ କର୍ମଚାରୀଙ୍କ ସହ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିବା ପରେ ହାତୀଙ୍କୁ ଉଦ୍ଧାର କରାଯାଇଛି ।