ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ସୁନାଚେନ୍ । ଦିନକୁ ଦିନ ବଢି ଚାଲିଛି ଲୁଟେରାଙ୍କ ଲୁଟ୍ । ଯାହାଫଳରେ ଅନେକ ଲୋକ ଅସୁବିଧାର ସାମ୍ନା କରୁଛନ୍ତି । କେଉଁଠି ଘର ଭିତରେ ପଶି କଳାକନା ବୁଲାଇଦେଉଛନ୍ତି ତ କେଉଁଠି ରାସ୍ତାରେ ଆକ୍ରମଣ କରି ସର୍ବସ୍ବ ଲୁଟି ନେଉଛନ୍ତି ଦୁର୍ବୁତ୍ତ । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ ।
ସୂଚନା ଅନୁଯାୟୀ,ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ମାୟାବଗିଚା ଠାରେ ଜଣେ ବ୍ୟକ୍ତି କୌଣସି କାମରେ ଯାଉଥିଲେ । ସେହି ସମୟରେ ୪ରୁ ୫ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ତାଙ୍କଠାରୁ ୫ ହଜାର ଟଙ୍କା ସହ ସୁନାଚେନ୍କୁ ଲୁଟ କରିଥିଲେ । ଏହି ଆକ୍ରମଣରେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିଲା । ଏନେଇ ଦୂରୁଁତ୍ତଙ୍କ ବିରୋଧରେ ଧନୁପାଲି ଥାନାରେ ଅଭିଯୋଗ କରାଯାଇଛି । ତୁରନ୍ତ ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ :ରାସ୍ତାରୁ ହଟିବ ରାଜନୈତିକ ପୋଷ୍ଟର