ନିକଟରେ ଜେଲ୍ରୁ ମୁକୁଳିଛନ୍ତି ଅର୍ଚ୍ଚନା ନାଗ । ଏହାପରେ ହଇଚଇ ସୃଷ୍ଟି ହୋଇଛି ପୁରା ସହରରେ । ତେବେ ଏବେ ତାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ତାଙ୍କୁ ମିଳିଛି ହତ୍ୟା ଧମକ । ଏହି ଘଟଣାକୁ ନେଇ ଅର୍ଚ୍ଚନା ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଆଜି ସକାଳେ ସ୍ୱାମୀଙ୍କ ସହ ଲ' କଲେଜରେ ପରୀକ୍ଷା ଦେବାକୁ ଅର୍ଚ୍ଚନା ନାଗ ଆସିଥିଲେ । ମାତ୍ର କଲେଜରେ ପହଞ୍ଚିବା ପରେ ଦୁଇ ଯୁବକ ବାଇକ୍ରେ ଆସି ତାଙ୍କୁ ଧମକ ଦେଇଛନ୍ତି । ଏହାସହ ତାଙ୍କୁ ହତ୍ୟା ଧମକ ଦେଇଥିବା କହିଛନ୍ତି ଅର୍ଚ୍ଚନା। ଏଥିସହ ତାଙ୍କୁ ମିଥ୍ୟା କେସ୍ରେ ଫସାଇଦେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଏହାକୁ ନେଇ ଅର୍ଚ୍ଚନା ଆହୁରି କହିଛନ୍ତି 'ମୁଁ ଡରିଯିବା ପିଲା ନୁହେଁ' । ସମୟ ଆସିଲେ ସବୁ କହିବି, ମହିଳାଙ୍କୁ ଅସମ୍ମାନ ଠିକ୍ ନୁହେଁ । ଏହା ରାଜ୍ୟକୁ ଶୋଭା ଦେଉନାହିଁ । ତେବେ ଜେଲରେ ବାହାରିବା ପରେ ସେ ଶାନ୍ତିରେ ରହିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।