ଆଜି ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ । ସର୍ତ୍ତମୂଳକ ଜାମିନ ମଂଜୁର କରିଛି ହାଇକୋର୍ଟ । ବହୁଦିନ ଧରି ଚାଲିଥିବା ଅର୍ଚ୍ଚନା ନାଗ ବିବାଦରେ ଫସି ରହିଥିଲେ ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗଙ୍କୁ ପୂର୍ବରୁ ୨ଟି ମାମଲାରେ ଜାମିନ ମିଳିଥିବା ବେଳେ ସମସ୍ତ ୩ଟି ମାମଲାରେ ଜାମିନ ମିଳିସାରିଛି । ସେଥିପାଇଁ ଅର୍ଚ୍ଚନାଙ୍କୁ ଜେଲରୁ ବେଲ ମିଳିଛି । ଏହାସହ ତାଙ୍କୁ ନୟାପଲ୍ଲୀ ଥାନା ମାମଲା ଓ ଖଣ୍ଡଗିରି ଥାନା ମାମାଲାରେ ଜାମିନ ମିଳିସାରିଛି ।
ସୂଚନା ଯୋଗ୍ୟ ଯେ, ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଡିସେମ୍ବର ୧୩ରେ ଅର୍ଚ୍ଚନାଙ୍କୁ ଇଡି ଗିରଫ କରିଥିଲା । ଇଡିର ତଦନ୍ତରେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାରର ନେଇ ପ୍ରମାଣ ମିଳିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ସ୍ୱାମୀ ମଧ୍ୟ ସାମିଲ ଥିଲେ । ତେବେ ଜେଲରୁ ବାହାରିବା ପରେ ଅର୍ଚ୍ଚନା କଣ କରିବେ ତାହା ଉପରେ ନଜର ରଖିଛି ଇଡି ।