କେନ୍ଦ୍ରାପଡା: ଦିନକୁ ଦିନ ରାଜ୍ୟରେ ଦୁର୍ନୀତିଖୋରଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଇ କିଛି ଦିନ ହେବ ଲଗାତାର ଭାବେ ଭିଜିଲାନ୍ସ ହାତରେ ବିଭିନ୍ନ ଲାଞ୍ଚୁଆ ବାବୁ ଧରାପଡ଼ିଥିବା ବେଳେ ଆଜି (ଗୁରୁବାର) ପୁଣି ଜଣେ ଜଣେ ସରକାରୀ ବାବୁ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି। ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଇଓ ଅଫିସର ଜୁନିୟର କ୍ଲକ୍ ନାରାୟଣ ପ୍ରସାଦ ଲେଙ୍କା।
ଜଣେ ଶିକ୍ଷକଙ୍କ ଠାରୁ ଗୃହ ଋଣ କରାଇଦେବା ପାଇଁ ସେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହାପରେ ମହାକାଳପଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଆଶ୍ରମବାଲିକୁଦା ସ୍ଥିତ ତାଙ୍କ ପୈତୁକ ଘର, ଏବଂ ମାର୍ଶାଘାଇର ଜୁଣ ସ୍ଥିତ ଭଡ଼ା ଘରେ ଚଢାଉ କରାଯାଇଛି। ଏହି ଚଢାଉରେ କଟକ ଓ କେନ୍ଦ୍ରାପଡାର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି।