ସୋର: ପୋଖରୀରେ ବୁଡ଼ି ଚାଲିଗଲା ଜଣେ ବୃଦ୍ଧାଙ୍କ ଜୀବନ। ଶୌଚ ହେବାବେଳେ ଆଖି ବୁଜି ଦେଲେ ବୃଦ୍ଧା। ଖନ୍ତାପଡ଼ା ଥାନା ତୁଣ୍ଡରା ଚନକ ଗାଁ ପୋଖରୀରେ ଏହି ଦୁଃଖଦ ଘଟଣା ଘଟିଛି। ତେବେ ପୋଖରୀରୁ ବୃଦ୍ଧାଙ୍କୁ ଉଦ୍ଧାର କରି ଆଣିଲା ବେଳକୁ ଶ୍ୱାସରୁଦ୍ଧ ହୋଇ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଥିଲା।
ସୂଚନା ଅନୁସାରେ , ଆଜି ବୃଦ୍ଧା ଜଣଙ୍କ ତୁଣ୍ଡରା ଚନକ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଶୌଚ ହେବାବେଳେ ହଠାତ ପୋଖରୀରେ ତାଙ୍କର ଗୋଡ଼ ଖସି ଯାଇଥିଲା। ଫଳରେ ବୃଦ୍ଧା ଜଣଙ୍କ ପୋଖରୀ ଭିତରେ ବୁଡ଼ି ଯାଇଥିଲେ। ବୃଦ୍ଧା ବୁଡିଯିବାର ଦେଖି ସ୍ଥାନୀୟ କିଛି ଯୁବକ ତାଙ୍କୁ ଉଦ୍ଧାର କରି ଆଣିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ଉକ୍ତ ଘଟଣା ପରେ ତୁଣ୍ଡରା ଚନକ ଗାଁରେ ଶୋକର ଛାୟା ଖେଳି ଯାଇଛି।