ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଳ ପୂଜା। କଟକର ଅଧିଷ୍ଟାତ୍ରୀ ଦେବୀ ମାଆ କଟକ ଚଣ୍ଡିଙ୍କ ପୀଠ ସମେତ ବିଭିନ୍ନ ଶକ୍ତି ପୀଠର ଚାଲିଛି ପୂଜାର୍ଚ୍ଚନା। ମୂଳାଷ୍ଟମୀରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କୁ ୧୬ଟି ବେଶରେ ସଜେଇ ଦିଆଯାଇଥାଏ। ମାଆଙ୍କର ବେଶ ଅନୁସାରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ। ଏହି ଦିନରେ ମାଆଙ୍କ ମନ୍ଦିରରେ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ମଧ୍ୟ ଜମୁଛି।
ସୂଚନା ଅନୁସାରେ , ମୂଳାଷ୍ଟମୀରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କର ଚାଲିବ ଷୋଳ ପୂଜା। କଟକ ସହରର ମା କଟକ ଚଣ୍ଡୀ , ଗଡ଼ ଚଣ୍ଡୀ , ଚାଉଳିଆଗଞ୍ଜର ଜୟଦୁର୍ଗା , ମଙ୍ଗଳାବାଗର ବାସନ୍ତୀଦୁର୍ଗା ଓ ଝାଞ୍ଜିରୀମଙ୍ଗଳାର ମା ’ ଝାଞ୍ଜିରୀମଙ୍ଗଳା ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ପୀଠରେ ମା’ଙ୍କର ଷୋଡଶ ଦିନାତ୍ମକ ପୂଜା ଆଜି ଠାରୁ ଆରମ୍ଭ ହେଉଛି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପୀଠ ଏବଂ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ମଧ୍ୟ ଜମୁଛି। ଏହି ୧୬ ଦିନରେ ପ୍ରତ୍ୟେକ ଦିନ ମା’ଙ୍କ ପୂର୍ବ ନିର୍ଦ୍ଧାରିତ ପୂଜା ବିଧୂ ସହ ଚଣ୍ଡୀ ପାଠ କରାଯିବା ସହ ମାଆଙ୍କର ବିଭିନ୍ନ ବେଶ କରାଯିବ। ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକାଙ୍କ ପୀଠରେ ମା'ଙ୍କ ଷୋଳ ଦିନାତ୍ମକ ପୂଜା। ଆଜିଠାରୁ ମାଙ୍କ ପୀଠରେ ମଧ୍ୟ ଷୋଳ ଦିନ ଧରି ମାଆଙ୍କ ବିଶେଷ ନୀତି କାନ୍ତି କରାଯିବ। ମାଆଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।
ଅଧିକ ପଢନ୍ତୁ ; ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଗୁଣ ଯାହା ସମାଜକୁ ଦିଗଦର୍ଶନ ଦେଖାଏ