ମାଆର ମୃତ୍ୟୁ ପରେ ମୃତଦେହକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଚାଲିଛି ଭିଡାଓଟରା । ଜଣେ ଭାଇକୁ ଆଉ ଜଣେ ଭାଇର ଦୋଷରପ ସେ ମାରିଛି ବୋଲି । ମାଆର ମୃତଦେହ ବ୍ୟବଚ୍ଛେଦ ନକରାଇ ହସ୍ପିଟାଲରୁ ନେଇଗଲା ସାନଭାଇ ଆଉ ତାପରେ ବଡ଼ ଭାଇ ସାନଭାଇ ମାଆକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଦାବି କରିବାରୁ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି । ଯେଉଁଥିପାଇଁ ପାଇଁ ୨୪ ଘଣ୍ଟା ହେଲା ମାଆର ମୃତଦେହ ବ୍ୟବଚ୍ଛେଦ ନହୋଇପାରି ପଡ଼ି ରହିଛି । ଆଜି ଏପରି ଏକ ଦୁଖଦଃ ତଥା ସମ୍ବେଦନଶୀଳ ଘଟଣା ଦେଖୁବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ମେଡିକାଲ ପରିସରରେ । ମୃତ ବୃଦ୍ଧା ଜଣକ ହେଉଛନ୍ତି ମାଳତୀ ବାରିକ ।
ସୂଚନା ଅନୁସାରେ, ସୋର ଥାନା ବାଳଙ୍ଗ ପଞ୍ଚାୟତ ସିମୁଳିଆ ଗ୍ରାମରେ ମାଳତୀ ବାରିକଙ୍କ ଘର । ତାଙ୍କର ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ପୁଅ ନନ୍ଦକିଶୋର ବାରିକ ଘରଠାରୁ ଅଲଗା ହୋଇ ଅନ୍ୟତ୍ର ରହୁଥିଲେ । ଯାହାଫଳରେ ମାଳତୀ ଦୀର୍ଘ ବର୍ଷ ଧରି ସାନ ପୁଅ ଗୋବିନ୍ଦ ବାରିକ ପାଖରେ ରହିଆସୁଥିଲେ । ଗତକାଲି ସକାଳେ ବୃଦ୍ଧା ଘର ପାଖରେ ଚଲାବୁଲା କରୁଥିବା ବେଳେ ହଠାତ୍ ତଳେ ପଡ଼ି ଯାଇଥିଲେ ଏହା ଦେଖି ତାଙ୍କର ସାନ ବୋହୁ ସଙ୍ଗେସଙ୍ଗେ ଅଟୋ ଡକାଇ ସୋର ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ମାଳତୀଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ସାନପୁଅ ବୃଦ୍ଧାଙ୍କ ମୃତଦେହ ବ୍ୟବଚ୍ଛେଦ ନକରାଇ ଘରକୁ ନେଇଯାଇଥିଲେ ।
ଏ ବାବଦରେ ବଡ଼ ପୁଅ ନନ୍ଦକିଶୋର ଜାଣିବା ପରେ ତାଙ୍କ ମାଆକୁ ସାନଭାଇ ହତ୍ୟା କରାଯାଉଥିବାର ଅଭିଯୋଗ କରିଥିଲେ ଓ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ପୁଣି ସୋର ଡାକ୍ତରଖାନାରେ ପହଞ୍ଚିଥିଲେ କିନ୍ତୁ ଡାକ୍ତର ମୃତଦେହର ବ୍ୟବଚ୍ଛେଦ କରାଯିବ ନାହିଁ ବୋଲି ମନା କରିବାରୁ ନନ୍ଦକିଶୋର ଅସନ୍ତୋଷ ପ୍ରକାଶ କରି ପୋଲିସକୁ ଖବର ଦେଇଥିଲେ ଏହାପରେ ଖବର ପାଇ ସ୍ଥାନୀୟ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିଥିବା ଜଣାପଡିଛି । ତେବେ ଦୁଇ ପୁଅଙ୍କ ମଧ୍ୟରେ ମାଆର ମୃତଦେହକୁ ନେଇ ଏମିତି ବିବାଦ ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।