ବାଙ୍କୀ: ସକାଳୁ ସକାଳୁ ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ବାଙ୍କୀ ଥାନା ଢସଂର ଗାଁ ନିକଟରେ ଘଟିଛି । ମୃତକ ଭୀମସେନ ପ୍ରଧାନ ।
ସୂଚନା ଅନୁସାରେ, ଢସଂର ଗାଁ ନିକଟରେ ଆଶ୍ରମ ପୋଖରୀକୁ ଜଣେ ଗାଧୋଇବାକୁ ଯିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗାଡ଼ି ଫେରାର ହୋଇଯାଇଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବାଙ୍କୀ - ଖୋର୍ଦ୍ଧା ମୁଖ୍ୟ ରାସ୍ତା ରୋକ କରିଛନ୍ତି । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।
ଏନେଇ ବାଙ୍କୀ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଗାଡ଼ିକୁ କାବୁ କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି । ଘଟଣାସ୍ଥଳରେ ପୋଲିସ ଉତ୍ୟକ୍ତ ଲୋକଙ୍କୁ ମଧ୍ୟ ବୁଝାସୁଝା କରୁଛି ।