ବାଇକ ଧକ୍କାରେ ଚାଲିଗଲା ଜଣଙ୍କର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା , ରାଜସୁନାଖଳା - ଚାନ୍ଦପୁର ପୂର୍ତ୍ତ ବିଭାଗ ରାସ୍ତା କୋଟଗଡ ଘାଟି ନିକଟରେ ଘଟିଛି । ସୂଚନା ଅନୁସାରେ , ଯୁବଙ୍କଙ୍କ ନାମ ରମାକାନ୍ତ ସ୍ବାଇଁ ଓ ସେ ଚୁଡା ଗ୍ରାମର ବାସିନ୍ଦା । ଯୁବକ ଜଣକ ତାଙ୍କ ମାଙ୍କୁ ବାଇକ ରେ ବସାଇ ଗାଁ ଅଭିମୁଖେ ଆସୁଥିଲେ । ହଠାତ ବିପରୀତ ଦିଗରୁ ଆଉ ଏକ ବାଇକ ସାମ୍ନାରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ରମାକାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ରମାକାନ୍ତ ଙ୍କ ମା ଙ୍କ ସହ ଅନ୍ୟ ବାଇକରେ ଥିବା ୩ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି । ଏବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ଅଧିକ ତଦନ୍ତ କରୁଛି ।
ଆଗକୁ ପଢ଼ନ୍ତୁ :- ମୋବାଇଲ ନେଇଗଲା ଜଣଙ୍କ ଜୀବନ