ଜଗତସିଂହପୁର: ଘରୋଇ କଳି ସମାଧାନ କରିବାକୁ ଯାଇ ପୁତୁରା ବୋହୂର ମାଡରେ ପିଉସୀ ଶାଶୁଙ୍କର ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ସଦର ଥାନା ଓଡିଶୋ ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ୫୫ ବର୍ଷୀୟ ସବିତା ବିଶ୍ଵାଳ। ଏନେଇ ଜଗତସିଂହପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି।
ସୂଚନା ମୁତାବିକ, ଓଡ଼ିଶୋ ଗ୍ରାମର ସ୍ବର୍ଣ୍ଣଲତା ସ୍ବାଇଁ ଓ ତାଙ୍କ ବୋହୁ ଐଶ୍ୱରୀଆ ରାୟଙ୍କ ମଧ୍ୟରେ ନିୟମିତ କଳି ଝଗଡା ଲାଗି ରହୁଥିଲା। ତେବେ ଏହି ଘଟଣାର ସମାଧାନ ନିମନ୍ତେ ପିଉସୀ ଶାଶୁ ସବିତା ବିଶ୍ୱାଳ ସମାଧାନ ନିମନ୍ତେ ଯାଇଥିବା ବେଳେ ଅଭିଯୁକ୍ତ ପୁତୁରାବୋହୁ ଐଶ୍ୱରୀଆ ରାୟ ପିଉସୀଶାଶୁଙ୍କୁ ପଥର ମାରିଥିଲେ। ତଳେ ପଡି ସେ ବେହୋସ୍ ହେବାରୁ ତାଙ୍କ ପୁଅ ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ସଦର ଥାନା ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି। ଘଟଣାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସମ୍ପର୍କୀୟ।
ଅଧିକ ପଢନ୍ତୁ: ଗାଡ଼ି ପାର୍କିଂକୁ ନେଇ ଭାଇ ଭାଇରେ ରକ୍ତପାତ