ବାଲେଶ୍ୱର: ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ଭାଇ ଭାଇରେ ହୋଇଛି ରକ୍ତପାତ । ସାନ ଭାଇର ନିସ୍ତୁକ ମାଡ଼ରେ ଚାଲି ଯାଇଛି ବଡ଼ ଭାଇର ପ୍ରାଣ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ମାନକୁଣ୍ଡା ଗ୍ରାମରେ ଏଭଳି ଏକ ଘଟଣା ଘଟିଛି । ମୃତ ବ୍ୟକ୍ତି ହେଲେ ସନିଆ ମାଝୀ ।
ପ୍ରାପ୍ତ ସୂଚନା ମୁତାବକ, ମାନକୁଣ୍ଡା ଗାଁର ସନିଆ ମାଝୀ ଓ ତାଙ୍କ ସାନ ଭାଇ ପବନ ମାଝୀଙ୍କ ମଧ୍ୟରେ ପୂର୍ବରୁ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଆଜି ସାମାନ୍ୟ ବାଇକ୍ ରଖାକୁ ନେଇ ପୁଣି ଝଗଡ଼ା ହୋଇଥିଲା । ରାସ୍ତା ଉପରେ ବାଇକ୍ ରଖିବାରୁ ସନିଆ ଓ ପବନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହି ଝଗଡ଼ା ଧିରେ ଧିରେ ଉଗ୍ରରୂପ ଧାରଣ କରି ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ସାନ ଭାଇ ପବନ ବଡ଼ ଭାଇଙ୍କୁ ମଧ୍ୟ ମାରିଥିଲେ । ଫଳରେ ସନିଆ ମାଝୀ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ପ୍ରଥମେ ତାଙ୍କୁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋନିଆ ପ୍ରାଣ ହରାଇଛନ୍ତି ।
ଖବର ପାଇ ଭୋଗରାଇ ଥାନା ପୋଲିସ ଗାଁରେ ପହଁଚି ପବନ ମାଝୀକୁ ଗିରଫ କରିଛି । ସେପଟେ ସୋନିଆଙ୍କୁ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।