ମାଲକାନଗିରି: ଜଣେ ମହିଳାଙ୍କ ସହିତ ୩ ଜଣ ମାଓବାଦୀ ଆଜି ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଛନ୍ତି । ଛତିଶଗଡ଼ ସୁକମା ଜିଲ୍ଲାରେ ଗୁରୁବାର ଏହି ଏନକାଉଣ୍ଟର୍ ହୋଇଛି ।
ସୁକମା ପୋଲିସ ଅଧୀକ୍ଷକ କିରଣ ଚବନ କହିଛନ୍ତି ଯେ ଗୋଲାପାଲି ଥାନା ଅଞ୍ଚଳର ଜଙ୍ଗଲ ପାହାଡ଼ ନିକଟରେ ସକାଳେ ମାଓବାଦୀ କ୍ୟାଡରଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିଥିଲା । ଜିଲ୍ଲା ରିଜର୍ଭ ଗାର୍ଡର ଏକ ଦଳ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ତିନି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନକାଉଣ୍ଟର ସ୍ଥଳରୁ ଏପର୍ଯ୍ୟନ୍ତ ଜଣେ ମହିଳାଙ୍କ ସମେତ ତିନି ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନକାଉଣ୍ଟର୍ ସ୍ଥଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଥିବା ସୁକମା ଏସପି କହିଛନ୍ତି ।
ସଦ୍ୟତମ କାର୍ଯ୍ୟାନୁଷ୍ଠାନ ସହିତ, ଚଳିତ ବର୍ଷ ଛତିଶଗଡ଼ରେ ଏନକାଉଣ୍ଟରରେ ୨୮୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁକମା, ବିଜାପୁର ଏବଂ ଦାନ୍ତେୱାଡା ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଡିଭିଜନରେ ୨୫୫ ଜଣଙ୍କୁ ନିପାତ କରାଯାଇଥିଲା, ଯେତେବେଳେ ରାୟପୁର ଡିଭିଜନରେ ପଡ଼ୁଥିବା ଗରିଆବନ୍ଦ ଜିଲ୍ଲାରେ ୨୭ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଦୁର୍ଗ ଡିଭିଜନର ମୋହଲା-ମାନପୁର-ଅମ୍ବାଗଡ଼ ଚୌକି ଜିଲ୍ଲାରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ।