ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET)ର ଆବେଦନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ପରୀକ୍ଷାଟି ଜାନୁଆରୀ ୨୦, ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ତାହାର ଆବେଦନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଓଏସ୍ଏସ୍ଟିଇଟି ଆବେଦନର ଶେଷ ତାରିଖ ଗତକାଲି ଥିଲା, କିନ୍ତୁ ତାହାକୁ ଆଉ ତିନି ଦିନ ବୃଦ୍ଧି କରାଯାଇଛି ଅର୍ଥାତ୍ ଡ଼ିସେମ୍ବର ୨୦ ହେଉଛି ଆବେଦନର ଶେଷ ଦିନ।
ଏହି ଧାର୍ଯ୍ୟ ସମୟ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିନଥିବାରୁ ଆବେଦନ ତାରିଖ ଘୁଞ୍ଚାଇବାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରାଯାଇଥିଲାI ତେଣୁ ବୋର୍ଡ ପକ୍ଷରୁ ଆବେଦନ ଅବଧିକୁ ଆଉ ତିନି ଦିନ ଘୁଞ୍ଚାଇ ଦିଆଯାଇଛି।