ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଲୋକସଭାରେ ପ୍ରଶ୍ନକାଳ ସମୟରେ ହିଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି । ସେ ସଡକ ପରିବହନ ମନ୍ତ୍ରୀ ଗଡକରୀଙ୍କୁ କହିଛନ୍ତି ଯେ, ସେ ଗତ କିଛି ମାସରୁ ଭେଟିବା ପାଇଁ ସମୟ ମାଗୁଛି । ମାତ୍ର କିଛି ମିଳୁନି । ଏହା ଉପରେ ଗଡକରୀ କହିଛନ୍ତି, ପ୍ରିୟଙ୍କା ଆପଣ ଯେ କୌଣସି ସମୟରେ ଭେଟିବାକୁ ଆସି ପାରିବେ ।
କେରଳର ୱାଇନାଡରୁ ଲୋକସଭା ସାଂସଦ ପ୍ରିୟଙ୍କା ଗାନ୍ଧୀ ପ୍ରଶ୍ନକାଳ ସମୟରେ ଚଣ୍ଡିଗଡ-ସିମଲା ରାଜମାର୍ଗ ସଂପର୍କିତ ପ୍ରଶ୍ନ ପଚାରିବା ସମୟରେ ଉପରୋକ୍ତ ଟିପ୍ପଣୀ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଗତ ଜୁନ ମାସରୁ ନିଜ ଅଞ୍ଚଳର ପ୍ରସଙ୍ଗକୁ ନେଇ ଗଡକରୀଙ୍କୁ ସମୟ ମାଗୁଛି । ଦୟା କରି ସମୟ ଦିଅନ୍ତୁ । ଗଡକରୀ କହିଛନ୍ତି, ଆପଣ ପ୍ରଶ୍ନକାଳ ପରେ ଆସନ୍ତୁ । ଆପଣ ଯେ କୌଣସି ସମୟରେ ବି ମୋତେ ଭେଟି ପାରିବେ । ମୋ ଅଫିସର ଦ୍ୱାର ସର୍ବଦା ଖୋଲା ରହିଛି । ଆପଇମେଣ୍ଟ ନେବାର କୌଣସି ଆବଶ୍ୟକତା ନାହିଁ ।
ଗଡକରୀ ବୁଧବାର କହିଛନ୍ତି ଯେ, ଦେଶର ଜାତୀୟ ରାଜପଥର ଗତି ବଢାଇ ଦିନକୁ ୬୦ କିଲୋମିଟର କରିବାକୁ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ରର ପ୍ରମୁଖ ଭାରତମାଳା ପ୍ରକଳ୍ପ ଆଧାରରେ କୌଣସି ବି ନୂଆ ଯୋଜନା ଆରମ୍ଭ ନ ହେବା କାରଣରୁ ଦେଶରେ ରାଜମାର୍ଗର ନିର୍ମାଣ ମନ୍ଥର ହୋଇ ଯାଇଛି । ଏହାକୁ ଗତି ଦେବାକୁ ପଡିବ ।
Also read: ବିକଶିତ ଭାରତ-ଜୀ ରାମ ଜୀ ବିଧେୟକ ଲୋକସଭାରେ ଗୃହୀତ, ହଙ୍ଗାମାରେ ବ୍ୟସ୍ତ ବିରୋଧୀ