ଭୁବନେଶ୍ୱର: ଏଣିକି ସହଜ ହେବ ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜିକରଣ । ରିଅଲ ଇଷ୍ଟେଟ୍ ପ୍ରକଳ୍ପର ସଂପୂର୍ଣ୍ଣ କମନ ଏରିଆ ଏଣିକି ୨୦ ହଜାର ଟଙ୍କାରେ ପଞ୍ଜିକରଣ କରାଯିବ । ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଜମି କିଣାବିକାରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେଥିପାଇଁ ସରଳୀକରଣର ଆବଶ୍ୟକତା ଥିଲା । ବହୁତ ବିଚାର ବିମର୍ଶ କରି ତର୍ଜମା କରି କିଣାବିକାରେ ସରଳୀକରଣ କରିଛନ୍ତି । ପୂର୍ବରୁ ଲୋକମାନେ ଝିଅ ବାହା ଘର ହେଲା କିମ୍ବା ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ବେଳେ ସମ୍ପତ୍ତି ଥାଇ ବିକ୍ରି କରିପାରୁ ନଥିଲେ । ସରଳୀକରଣ ଦ୍ୱାରା ଲୋକମାନେ ଖୁସିରେ ସମ୍ପତ୍ତି ବିକି ପାରିବେ କିମ୍ବା କିଣି ପାରିବେ । ସେହିପରି ଆପାର୍ଟମେଣ୍ଟ କମନ୍ ଏରିଆ ମାତ୍ର ୨୦ ହଜାର ଟଙ୍କାରେ ପଞ୍ଜିକରଣ କରାଯିବ ।