ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମୃଦୁ ଭୂମିକମ୍ପ ଅନୁଭୂତ ନେଇ ଚର୍ଚ୍ଚା ହେଉଛି। ସକାଳ ୭ଟା ୧୫ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ୨ରୁ ୩ ସେକେଣ୍ଡ ପାଇଁ ଭୂମିକମ୍ପ ହୋଇଥିବା ସୂଚନା ରହିଛି। ଭୀମଟାଙ୍ଗି, ସିଆର୍ପି, ନୟାପଲ୍ଲୀ ଏହି ସବୁ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ କେତେ ଅଞ୍ଚଳରେ ଝଟକା ଅନୁଭୂତ ହୋଇଛି ସେ ସଂପର୍କରେ ସ୍ପଷ୍ଟ ସୂଚନା ଆସିପାରି ନାହିଁ। ନାସନାଲ ସେଣ୍ଟର ଫର ଶେଷମୋଲୋଜି ପକ୍ଷରୁ ଭୂମିକମ୍ପ ସଂପର୍କିତ କୌଣସି ସୂଚନା ମିଳିନାହିଁ।