ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
Khabar Odisha:A-large-quantity-of-timber-was-seized-and-traffic-was-carried-on-late-at-night
କେନ୍ଦୁଝର , ଅଗଷ୍ଟ 12(ଖବର ଓଡ଼ିଶା):

କେନ୍ଦୁଝର ଜିଲ୍ଲା ପିପିଳିଆ ନିକଟରେ ବିଳମ୍ବିତ ରାତିରେ ପାଟଣା ବନ ବିଭାଗର ଚଢ଼ଉ । ୨୦ ନମ୍ବର ଜାତୀୟ ରାଜପଥରେ ଚଢଉ ବେଳେ ଏକ ଶାଳ ଚୌକାଠ ବୋଝେଇ ସ୍କର୍ପିଓକୁ ଜବତ କରିଛି ବନ ବିଭାଗ।

ଏନେଇ ପାଟଣା ରେଞ୍ଜର ଘାସିନାଥ ପାତ୍ର ସୂଚନା ଦେଇଛନ୍ତି । ଏହି ଘଟଣା ସମ୍ପର୍କିତ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଚଢ଼ଉ କରିଥିଲା । ଚଢଉ ବେଳେ ସ୍କର୍ପିଓରୁ ୭୫ ଖଣ୍ଡ ଚୌକାଠ ଜବତ ହୋଇଛି ।

ତେବେ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି । 

  • Tags:

Subscribe

National International State Sports Entertainment