ମହାନଦୀ ବାଲି ପଠାରେ ବୁଲୁଛି କୁମ୍ଭୀର । ଗଣିଆ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମ ନିକଟସ୍ଥ ମହାନଦୀ ବାଲି ପଠାରେ ଏକ ବଉଳା କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି । ଖବର ପାଇ ବନଲିଭାଗ ଘଟଣାସ୍ଥଳରେ ପହଂଚି କୁମ୍ଭୀର ଟିକୁ ଉଦ୍ଧାର କରିଛି । ଏବଂ ଉଦ୍ଧାର ପରେ କୁମ୍ଭୀରଟିକୁ ସାତକୋଶିଆ ଗଣ୍ଡରେ ଛାଡିଦିଆଯାଇଛି ।
ସୂଚନା ଅନୁସାରେ ନୟାଗଡ ଜିଲ୍ଲା କେନ୍ଦୁପଲ୍ଲୀ ଗ୍ରାମର ଟୁକୁନା ବେହେରା ନାମକ ଜଣେ ବ୍ୟକ୍ତି ମହାନଦୀ କୁ ମାଛ ଆଣିବାକୁ ଯାଉଥିବ ବେଳେ ହଠାତ ଏକ କୁମ୍ଭୀର କୁ ଦେଖିଥିଲେ । ଏହାପରେ ଗ୍ରାମବାସୀଙ୍କ ନିକଟକୁ ଖବର ଦେବା ସହିତ ଗଣିଆ ବନବିଭାଗ କୁ ସୂଚନା ଦେଇଥିଲେ । ପରେ ବନବିଭାଗ ଘଟଣା ସ୍ଥଳରେ ପହଂଚି କୁମ୍ଟିକୁ ଉଦ୍ଧାର କରିବା ସହିତ ସାତକୋଶିଆ ଗଣ୍ଡରେ ଛାଡିଥିବା ସୂଚନା ମିଳିଛି ।