କେନ୍ଦୁଝର, ଫେବୃଆରୀ ୨୮(ଖବର ଓଡ଼ିଶା)
କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ସବାରୀ ଗାଡି ଓଲଟି ପଡିବାରୁ 6 ଜଣ ଆହତ ହୋଇଥିବା ଜଣା ପଡ଼ିଛି ।
ସୂଚନାଅନୁସାରେ, ସ୍ଥାନୀୟ ବାଶଂପାଳ ବ୍ଲକର ଏକ ଗାଁରୁ ସବାରୀ ଗାଡିଟି ତେଲକୋଇ ଯାଉଥିଲା । କିନ୍ତୁ କାଞ୍ଜିପାଣି ମହାଦେବ ଘାଟି ନିକଟରେ ଏହା ଭାରସ୍ୟାମ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ।
ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି ।ଏହାସହ ଜଣେ ୪ ବର୍ଷର ଶିଶୁ ଗୁରୁତର ହୋଇଛି ।ସମସ୍ତ ଆହତ ଗୁରୁତରଙ୍କୁ ତେଲକୋଇ ମେଡିକାଲରେ ଭର୍ତି କରାଯାଇଛି ।