କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜନ ହୋଇଛି ରକ୍ତଦାନ ଶିବିର । ଫୁଲବାଣୀ ପୁଲିସ ରିଜର୍ଭ ମେଡିକାଲ କ୍ୟାମ୍ପସରେ ଆୟୋଜନ କରାଯାଇଥିଲା ରକ୍ତଦାନ ଶିବିର । ଏହି ଜିଲ୍ଲାସ୍ତରୀୟ ରକ୍ତଦାନ ଶିବିରକୁ ଏସ ପି ଶୁଭେନ୍ଦୁ କୁମାର ପାତ୍ର ଉଦଘାଟନ କରିଥିଲେ । ଏହା ପରେ ପ୍ରଥମେ ନିଜେ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରରେ କଲେଜ ଛାତ୍ରଛାତ୍ରୀ,ସ୍ଥାନୀୟ ସ୍ବେଚ୍ଛାସେବୀ,ସହରର ବିଭିନ୍ନ ବର୍ଗର ଲୋକେ ରକ୍ତଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କମାଣ୍ଡଡାଣ୍ଟ ପି କେ ବେହେରା,ରିଜର୍ଭ ଇନ୍ସପେକ୍ଟର ଓ ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ ଓ ଜିଲ୍ଲା ରକ୍ତ ଭଣ୍ଡାରର କର୍ମକର୍ତ୍ତା ସହଯୋଗ କରିଥିଲେ।