ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଟଲଣାସ୍ଥିତ ଆଶ୍ରମ ବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ବିଦ୍ୟାଳୟରେ ଥିବା ପରିତ୍ୟକ୍ତ ହଷ୍ଟେଲ ଗୃହରେ ଜଣେ ୫ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଆତ୍ମହତ୍ୟା କରିଥିବା ଛାତ୍ର ଜଣକ ହେଲେ ୧୧ ବର୍ଷୀୟ ଜୁଦାଶ୍ ଶବର। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୁଟାସିଂ ଥାନା ଅଧିକାରୀ ଭବାନୀ ମୁଦୁଲି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ଛାତ୍ରଙ୍କ ଘର ସେହି ପଞ୍ଚାୟତର ସର୍ଗିଆସିଂ ଗ୍ରାମରେ ହୋଇଥିବା ବେଳେ ଘଟଣାସ୍ଥଳରେ ତାଙ୍କ ବାପା ପ୍ରଦୀପ ଶବରଙ୍କ ସମେତ ଅନ୍ୟାନ୍ୟ ପରିବାରବର୍ଗ ଉପସ୍ଥିତ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାୟଗଡାର ଟଲଣାସ୍ଥିତ ଆଶ୍ରମ ବିଦ୍ୟାଳୟରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ହଷ୍ଟେଲ ଗୃହ ପରିସରରେ ଜୁଦାଶ୍ ଶବର ନାମକ ଏକ ଛାତ୍ର ବେକରେ ଗାମୁଛା ଦେଇ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଥିବା ସ୍କୁଲ କର୍ତ୍ତୃପକ୍ଷ ଦେଖିବାକୁ ପାଇଥିଲେ। ଏହା ପରେ ଘଟଣାସ୍ଥଳରେ ପୁଟାସିଂ ପୋଲିସ ଅଧିକାରୀ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଥିବା ମୃତ ଛାତ୍ରଙ୍କ ଶବ ଉଦ୍ଧାର କରିଥିଲା। ତେବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ମଧ୍ୟ ସ୍କୁଲରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କେଉଁ କାରଣରୁ ଏଭଳି ଅଭାବନୀୟ ପରିସ୍ଥିତି ଘଟିଛି ସେନେଇ ତଦନ୍ତ ଜାରି ରଖିଛନ୍ତି।
ଅଧିକ ପଢନ୍ତୁ: ଭଲ ହୋଇପାରେ AIDS!