କନ୍ଧମାଳ: କନ୍ଧମାଳରେ ଲଜ୍ଜା। ପୁତ୍ର ସନ୍ତାନ ଜନ୍ମ କଲେ ଜଣେ ନବମ ଶ୍ରେଣୀ ଛାତ୍ରୀ। ହଷ୍ଟେଲରେ ରହୁଥିବା ଜଣେ ଅନ୍ତେବାସୀ ଶିଶୁପୁତ୍ର ଜନ୍ମ କରିଛନ୍ତି। କନ୍ଧମାଳ ଜିଲ୍ଳା ଫିରିଙ୍ଗିଆ ବ୍ଳକ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସ ଆଶ୍ରମରେ ଘଟିଛି ଘଟଣା। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।
ସୂଚନା ଅନୁସାରେ ଗତବର୍ଷ ନାବାଳିକ ଛୁଟିରେ ଘରକୁ ଯାଇଥିଲେ। ଛୁଟି ସାରି ହଷ୍ଟେଲ ଆସିଥିଲେ। ଗତ ମାସରେ ଛାତ୍ରୀ ଜଣଙ୍କ ୮ ମାସର ଗର୍ଭବତୀ ଥିବା ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ପରିବାର ଲୋକ ଗୋଛାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ମାର୍ଚ୍ଚ ୧ ତାରିଖରେ ଶିଶୁପୁତ୍ର ଜନ୍ମ କରିଛନ୍ତି ଛାତ୍ରୀ। ଅନ୍ୟପଟେ ଘଟଣା ଜଣାପଡ଼ିବା ପରେ ଫିରିଙ୍ଗିଆ ଥାନାରେ ଏତଲା ଦେଇଛନ୍ତି ପ୍ରଧାନଶିକ୍ଷକ। ବର୍ତ୍ତମାନ ସୁଧା କାହାକୁ ଗିରଫ କରାଯାଇନାହିଁ। ତେବେ ଆଠମାସ ପର୍ଯ୍ୟନ୍ତ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା କିଭଳି ସ୍କୁଲ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ? ଅପରପକ୍ଷେ ଏନେଇ ସ୍କୁଲ କର୍ତ୍ତୃପକ୍ଷ ଏବଂ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।
ଅଧିକ ପଢନ୍ତୁ: ଭାରସାମ୍ୟ ହରାଇ କାନ୍ଥ ଭାଙ୍ଗି ଘରେ ପଶିଗଲା ଆମ୍ବୁଲାନ୍ସ; ଦୁର୍ଘଟଣାରେ ୩ ଗୁରୁତର