ଦଶପଲ୍ଲା: କାନ୍ଥ ଭାଙ୍ଗି ଘରେ ପଶିଗଲା ଆମ୍ବୁଲାନ୍ସ। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ। ଆମ୍ବୁଲାନ୍ସଟି ଭୁବନେଶ୍ୱରରୁ ବୌଦ୍ଧ –ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି।
ଘଟଣା ମୁତାବିକ, ଗତକାଲି ରାତିରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ବୁଗୁଡ଼ା ଛକରେ ଥିବା ବାବୁଲା ଗନ୍ତାୟତଙ୍କ ଘରକୁ ପଶି ଯାଇଥିଲା। ଫଳରେ ଘର ଭାଙ୍ଗିରୁଜି ଯାଇଥିବାବେଳେ ବାବୁଲାଙ୍କ ଘରର ୩ ଜଣ ଆହତ ହୋଇଥିଲେ। ୩ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ତେବେ ଦଶପଲ୍ଲା ବ୍ଲକର ବୁଗୁଡ଼ା ଓ ବୁଗୁଡ଼ା କଲୋନୀ ମଧ୍ୟରେ ଜାତୀୟ ରାଜପଥରେ କୌଣସି ସ୍ପିଡ ବ୍ରେକର ନଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ତେଣୁ ଏହି ରାସ୍ତାରେ ସ୍ପିଡ଼ ବ୍ରେକର ନିର୍ମାଣ କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି।
ଅଧିକ ପଢନ୍ତୁ: ଆନ୍ତର୍ଜାତିକ ମହିଳା ଦିବସରେ ରାଜ୍ୟସରକାରଙ୍କ ବଡ ଭେଟି; ଖାତାକୁ ଆସିବା ସୁଭଦ୍ରାର ଚତୁର୍ଥ କିସ୍ତି