ନୂଆପଡ଼ା: ବେଲୁନ ବିସ୍ଫୋରଣରେ ୫ଜଣ ଶିଶୁ ଆହତ ହୋଇଛନ୍ତି। ୫ ଜଣଙ୍କର ହାତ, ଗୋଡରେ ଅଭିର ଆଘାତ ଲାଗିବା ସହିତ ସେମାନଙ୍କ ମୁହଁ ପୋଡ଼ିଯାଇଛି। ଆହତ ଶିଶୁଙ୍କୁ ଉଦ୍ଧାର କରାଯାଇ ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ନୂଆପଡ଼ା ଧରମବନ୍ଧା ଥାନା ପଖାନପଦର ଗାଁରେ ଘଟିଛି ଏହି ଅଘଟଣ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଛୋଟ ଛୋଟ ପିଲାମାନେ ଖେଳୁଥିବା ବେଳେ ଆକାଶରୁ ଏକ ଲାଲ ରଙ୍ଗର ଏକ ବେଲୁନ ଖସିପଡିଥିଲା। ବେଲୁନକୁ ଦେଖି ପିଲାମାନେ ଦୌଡ଼ିଯାଇ ଢେଲା ପଥରମାଡ଼ କରି ବେଲୁନକୁ ଫଟାଇ ପାଇଁ ଚେଷ୍ଟା କରିଥିଲେ ଢେଲା ବାଜିବାରୁ ବେଲୁନଟି ଉକ୍ତ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଫଳରେ ବେଲୁନ ନିକଟରେ ଥିବା ୫ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ଶିଶୁଙ୍କ ହାତ, ଦେହ ଓ ମୁଁହ ଜଳି ଯାଇଛି। ଆହତ ଶିଶୁଙ୍କୁ ଉଦ୍ଧାର କରାଯାଇ ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ବେଲୁନ କେଉଁଠୁ ଆସିଲା ଏବଂ କିଏ ଛାଡ଼ିଲା ଜଣାପଡ଼ିନାହିଁ।
ଅଧିକ ପଢନ୍ତୁ : ଚବିଶ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା