ଭୁବନେଶ୍ବର, ଅଗଷ୍ଟ 12(ଖବର ଓଡ଼ିଶା):
ଓଡ଼ିଶାର ୪ ପୋଲିସ୍ଙ୍କୁ ତଦନ୍ତ ପାଇଁ ମିଳିବ ପଦକ । ତଦନ୍ତରେ ଉତ୍କର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଦକ ପାଇଁ ଘୋଷଣା କରାଯାଇଛି । ଦେଶର ମୋଟ ୧୫୧ ପୋଲିସ୍ଙ୍କ ମଧ୍ୟରୁ ଓଡ଼ିଶାରୁ ୪ ଜଣଙ୍କୁ ପଦକ ଦିଆଯାଇଛି ।
ଜଣେ ଡ଼ିଏସପି ଓ ୩ ଜଣ ଇନ୍ସପେକ୍ଟରଙ୍କୁ ମିଳିବ ଏହି ପଦକ । ଡ଼ିଏସପି ସୁମିତ୍ରା ଜେନା ,ଇନ୍ସପେକ୍ଟର ଆଶିଷ ଜେନା ,ଅନୁସୟା ନାୟକ ଓ ରମେଶ ପ୍ରଧାନଙ୍କୁ ମିଳିବ ପଦକ ।
ସିବିଆଇରୁ ସର୍ବାଧିକ ୧୫ ଅଧିକାରୀଙ୍କୁ ମିଳିବ ପଦକ । ମହାରାଷ୍ଟ୍ରରୁ ୧୧,ୟୁପି ଓ ଏମପିରୁ ୧୦ ଲେଖାଏଁ ଅଫିସରଙ୍କୁ ଏହି ପଦକ ମିଳିବ ।