ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି । ରାଜ୍ୟରେ ଆସନ୍ତା ବର୍ଷ ସୁଦ୍ଧା ମଡେଲ୍ ମଣ୍ଡି ଖୋଲିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି। ଏନେଇ ମନ୍ତ୍ରୀ କହିଛନ୍ତି ଯେ, " ରାଜ୍ୟର ୩୦ଟି ଜିଲ୍ଲାରେ ୩୮ଟି ମଡେଲ୍ ମଣ୍ଡି ଖୋଲିବ । ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ବଡ଼ ଜିଲ୍ଲାରେ ୨ଟି ମଣ୍ଡି ହେବ । ମଡେଲ୍ ମଣ୍ଡିରେ ବିଶ୍ରାମଗାର ଓ ଟିଫିନ୍ ସେଣ୍ଟର ରହିବା ସହିତ ପାନୀୟ ଜଳ, ଶୌଚାଳୟ ଓ ପାର୍କିଂ ସୁବିଧା ବି ରହିବ ।
ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା ସମବାୟ ମନ୍ତ୍ରୀ କହିଥିଲେ । ଚାଷୀଙ୍କର ମଣ୍ଡିରେ ଯେପରି କୌଣସି ଅସୁବିଧା ନ ହୁଏ । ସେଥିପାଇଁ ଏ ନିଷ୍ପତ୍ତି ନିଆଯାଇଛି । ମଣ୍ଡିରେ ଚାଷୀମାନଙ୍କର ବସିବା, ଖାଇବା ଓ ବିଶ୍ରାମ ବ୍ୟବସ୍ଥା କରାଯିବ ।