ଭୁବନେଶ୍ୱର: ରାଜ୍ୟରେ ମହିଳା ଏବଂ ଶିଶୁ ନିଖୋଜକୁ ନେଇ ଆସିଛି ଉଦବେଗ ଜନକ ରିପୋର୍ଟ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉତ୍ତର ଚକିତ କଲା ଭଳି ରଖିଛନ୍ତି । ବିଜେଡ଼ି ସରକାର ଥିବାବେଳେ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଶିଶୁ ନିଖୋଜ ଅଛନ୍ତି ।
ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ମୁତାବକ ଗତ ୪ ବର୍ଷରେ ୩୬, ୪୨୦ ଜଣ ମହିଳା ଓ ୮୪୦୩ ଜଣ ଶିଶୁ ନିଖୋଜ ହୋଇଛନ୍ତି । ଦଲାଲଙ୍କ ଦ୍ୱାରା ଅନ୍ୟ ରାଜ୍ୟକୁ ମୋଟ ୪୨୧ ମହିଳା/ବାଳିକା ଚାଲାଣ ହୋଇଛନ୍ତି । ତେବେ ୪୫୩ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ବେଳେ ୧୪୧୭ ଜଣ ମହିଳା ଏବଂ ୧୮୫୭ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ଗତ ୪ ବର୍ଷରେ ମୋଟ ୭୪୮ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।