ସମ୍ବଲପୁର: ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା କୈବର୍ତ୍ତ ମାନଙ୍କୁ ସଂଗଠିତ କରିବାକୁ ପ୍ରୟାସ କରାଯାଇଛି। ଏଥିପାଇଁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନୂଆଁ ରମ୍ପେଲା ହାଇସ୍କୁଲ ଠାରେ ପଶ୍ଚିମ ଓଡ଼ିଶା ୨୦ ଘର କେଉଟ କୁଟୁମ୍ବ ପକ୍ଷରୁ ତୃତୀୟ ବନ୍ଧୁମିଳନ ପର୍ବ ୨୦୨୪ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୁର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗ ଦେଇଥିଲେ। ତେବେ ଏଠାରେ ପଶ୍ଚିମ ଓଡ଼ିଶା ୨୦ ଘର କେଉଁଟ କୁଟୁମ୍ବ ପକ୍ଷରୁ ଏହାର ସବୁ ପଦାଧିକାରୀଙ୍କ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ। ଏହାସହିତ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ କୈବର୍ତ୍ତ ସମାଜର ଉନ୍ନତିକରଣ ପାଇଁ କାର୍ଯ୍ୟ କରୁଥିବା ବହୁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ।