ଚଳିତ ବର୍ଷ ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ତେବେ ମେ’ ୧୫ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ। ମାର୍ଚ୍ଚ ୨୦ରେ ଯୁକ୍ତ ଦୁଇ ପରୀକ୍ଷା ସରିବ ଏବଂ ଏହାପରେ ମାର୍ଚ୍ଚ ୨୨ରୁ ଖାତା ଦେଖା ଆରମ୍ଭ ହେବ। ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ଏବଂ ଏପ୍ରିଲ ୪ରୁ ଏପ୍ରିଲ ୧୫ ଯାଏଁ ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ପରୀକ୍ଷାର ଖାତା ଦେଖା ହେବ।
ସୂଚନା ଅନୁସାରେ, ମେ’ ୧୫ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ। ମାର୍ଚ୍ଚ ୨୨ରୁ ଖାତା ଦେଖା ଆରମ୍ଭ ହେବ। ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ଏବଂ ଏପ୍ରିଲ ୪ରୁ ଏପ୍ରିଲ ୧୫ ଯାଏଁ ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ପରୀକ୍ଷାର ଖାତା ଦେଖା ହେବ। ତେବେ ମୋଟ ୧୫ ହଜାର ପରୀକ୍ଷକଙ୍କୁ ଖାତା ଦେଖିବାକୁ ନିୟୋଜିତ କରାଯିବ। ସମ୍ପୂର୍ଣ ସଠିକ ଭାବେ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ସରିବା ପରେ ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା। ଏ ନେଇ ସମସ୍ତ ବିବରଣୀ ମଧ୍ୟ ଜାରି ହେବ ବୋଲି କହିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ।