ଭୁବନେଶ୍ୱର: ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ । ଏନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ମିଳିଛି । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ଫର୍ମ ପୂରଣ କରିଛନ୍ତି ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଫେବୃଆରୀ ୧୫ ରୁ ୨୫ ମଧ୍ୟରେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ଚାରୋଟି ଷ୍ଟ୍ରିମର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ସିଏଚଏସଇର କମିଟି ବୈଠକ ଅନୁଷ୍ଠିତ ହେବ । କମିଟିର ବୈଠକରେ ସିଏଚଏସଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପରୀକ୍ଷା ସୂଚୀରେ ବାଜିବ ମୋହର ।
ତେବେ ସିଏଚଏସଇ ପୂର୍ବରୁ ନଭେମ୍ବର ୨୯ ସୁଦ୍ଧା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ସିସି ଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା। ନିର୍ଦ୍ଦେଶାବଳୀ ଅନୁଯାୟୀ, କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍ ଏବଂ ସେଲ୍ଫ ଫାଇନାନସିଂ କଲେଜଗୁଡ଼ିକର ଲବୋରାଟୋରିରେ ସିସିଟିଭି ନିରୀକ୍ଷଣ ବାଧ୍ୟତାମୂଳକ ହେବ ।