ଭୁବନେଶ୍ୱର : ରାଜଧାନୀରେ ଗୁରୁବାର ରାତିରେ ରାବଣପୋଡି ବେଳେ ମୋବାଇଲ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବରମୁଣ୍ଡା ଦଶହରା ପଡିଆରୁ ୧୫୦ରୁ ଉର୍ଦ୍ଧ୍ବ ମୋବାଇଲ୍ ଚୋରି ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଆଜି ସକାଳୁ ସକାଳୁ ଯେଉଁମାନଙ୍କର ମୋବାଇଲ୍ ଚୋରି ହୋଇଥିଲା ସେମାନେ ଥାନାରେ ଅଭିଯୋଗ କରିବାକୁ ଭିଡ଼ ଜମାଇଥିଲେ ।
ଗତକାଲି ଗୁରୁବାର ବିଜୟା ଦଶମୀ ରହିଥିବା ବେଳେ ମା'ଙ୍କ ଦର୍ଶନ କରିବାକୁ ରାଜଧାନୀର ବିଭିନ୍ନ ମଣ୍ଡରେ ପ୍ରବଳ ଭିଡ଼ ଜମିଥିଲା । ଏହାସହିତ ରାବଣ ପୋଡି ଦେଖିବାକୁ ମଧ୍ୟ ପ୍ରବଳ ଗହଳି ହୋଇଥିବା ଯାହାର ଫାଇଦା ଉଠାଇଥିଲେ ଲୁଟେରା । ଭିଡ ଗହଳିର ସୁଯୋଗ ନେଇ ଲୋକଙ୍କ ପକେଟରୁ ମୋବାଇଲ ଫୋନ ଚୋରି କରିଥିଲେ ଚୋର।