କମିଶନରେଟ ପୋଲିସକୁ ବଡ ସଫଳତା। କମିଶନରେଟ ପୋଲିସ କବଜାରେ ୧୧ ଜଣିଆ ଲୁଟେରା ଗ୍ୟାଙ୍ଗ ଧରା ପଡିଛନ୍ତି। ୧୭ଟି ସୁନା ଚେନ ସହ ନଗଦ ୨ ଲକ୍ଷରୁ ଅଧିକ ଟଙ୍କା ସହ ମାରଣାସ୍ତ୍ର ଜବତ ହୋଇଛି। ଗିରଫ ସମସ୍ତ ୧୧ ଅଭିଯୁକ୍ତ ଏରାଗୋଲା ଗ୍ୟାଙ୍ଗର ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଲୁଟ୍ କରୁଥିଲେ ଏହି ଗ୍ୟାଙ୍ଗ । ଅସାବଧାନତାର ସୁଯୋଗ ନେଇ ବାଇକ ଡିକି ଭାଙ୍ଗି ଲୁଟୁଥିଲେ। କାର୍ କାଚ ଭାଙ୍ଗି, ଲିଫ୍ଟ ମାଗିବା ବାହାନାରେ ଲୋକଙ୍କ ମୋବାଇଲ୍ ଛଡାଇ ନେଉଥିଲେ ଏହି ଗ୍ୟାଙ୍ଗ । ବ୍ୟାଙ୍କରୁ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ଦୀର୍ଘ ଦିନ ଧରି ପୋଲିସ ନିକଟରେ ଏହିସବୁ ଅଭିଯୋଗ ଆସୁଥିଲା । ପୋଲିସ ମଧ୍ଯ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା । ଶେଷରେ ଆଜି ମିଳିଛି ସଫଳତା । ଦିନ ଦ୍ୱିପ୍ରହରରେ ଲୁଟ୍ କରି ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିବା ଏହି ଏରାଗୋଲା ଗ୍ୟାଙ୍ଗର ୧୧ ଜଣ ସଦସ୍ୟ ଏବେ ଧରା ପଡିଛନ୍ତି ।