ଓଡ଼ିଶା ପାଇଁ ଖୁସି ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ
Khabar Odisha:112-Corona-patient-cured-in-Odisha
ଭୁବନେଶ୍ୱର, ଜୁନ 6( ଖବର ଓଡ଼ିଶା):

 ଓଡ଼ିଶା ପାଇଁ ପୁଣି ଖୁସି ଖବର। ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ୧୧୨ ଆକ୍ରାନ୍ତ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁ ଥିବାରୁ ଚିନ୍ତା ବଢୁଛି । ଏହାରି ମଧ୍ୟରେ ଖୁସି ଖବର ମଧ୍ୟ ଆସୁଛି । ଆଜି ଏକାଥରେ ୧୪ ଜିଲ୍ଲାରୁ  ୧୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ୧୧୨ ସୁସ୍ଥଙ୍କ ମଧ୍ୟରୁ ସର୍ବାଧିକ କେନ୍ଦ୍ରାପଡ଼ା ଜିଲ୍ଲାର ୩୩ ଜଣ,  ୭ ଜଣ ଗଞ୍ଜାମର , ବଲାଙ୍ଗୀର ଜିଲ୍ଲାର ୧୬ , ଯାଜପୁର ଜିଲ୍ଲାର ୧୧, ସୁନ୍ଦରଗଡ଼ ୧୦ ଓ ଜଗତସଂହପୁରର ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିଭଳି ଖୋର୍ଦ୍ଧା ଜିଲ୍ଲାର ୭, କଟକ , ସୋନପୁର ଜିଲ୍ଲାର ୪ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବାଲେଶ୍ବର, ପୁରୀ ଓ ସମ୍ବଲପୁରରେ ଜିଲ୍ଲାର ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।  ନୟାଗଡ ଜିଲ୍ଲାର ୨, ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ରାଜ୍ୟରେ ଏହି ନୂଆ ୧୧୨ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା ୧୭୧୬ କୁ ବୃଦ୍ଧି ପାଇଛି ।

  • Tags:

Subscribe

National International State Sports Entertainment