ଢେଙ୍କାନାଳ ଜିଲ୍ଲାରୁ ଆଜି 10 ନୂଆ କରୋନା ରୋଗୀ ଚିହ୍ନଟ, ଜିଲ୍ଲାରେ 31 ରେ ପହଁଞ୍ଚିଲା ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା
Khabar Odisha:10-new-corona-patients-have-been-identified-from-Dhenkanal-district
ଢେଙ୍କାନାଳ, ଜୁନ ୦୪ (ଖବର ଓଡ଼ିଶା):

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା 90 ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଢେଙ୍କାନାଳ ଜିଲାରୁ 10 ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ କଙ୍କଡ଼ାହାଡ଼ ବ୍ଳକରୁ ସାତ ଜଣ ଓ ହିନ୍ଦୋଳ ବ୍ଳକରୁ ତିନି ଜଣ ଚିହ୍ନଟ ହୋଇଛନ୍ତି। କଙ୍କଡ଼ାହାଡ଼ ବ୍ଳକର କନ୍ଧରା ସଂଙ୍ଗରୋଧ କେନ୍ଦ୍ରର ୫ ଜଣ ଓ ବିରିବୋଲେଇ ଓ ସୁନ୍ଦରମୁଣ୍ଡୀ ସଂଙ୍ଗରୋଧ କେନ୍ଦ୍ରର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି, ସେହିପରି ହିନ୍ଦୋଳ ବ୍ଳକ ଅନ୍ତର୍ଗତ କଣ୍ଟିମିଲି ସଂଙ୍ଗରୋଧ କେନ୍ଦ୍ରର ଦୁଇ ଜଣ ଓ ଦୁଦୁରୁକୋଟ ସଂଙ୍ଗରୋଧ କେନ୍ଦ୍ରର ଜଣେ ଚିହ୍ନଟ ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ୪ ଜଣ ମହାରାଷ୍ଟ୍ର ୩ ଜଣ ଗୁଜୁରାଟ ଦୁଇ ଜଣ ତାମିଲନାଡୁ ଓ ଜଣେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାପଡିଛି ।

ଆଜି ଚିହ୍ନଟ ହୋଇଥିବା 10 ନୂଆ କରୋନା ଆକ୍ରାନ୍ତ ରୋଗୀଙ୍କୁ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲକୁ ପଠାଯାଇଛି। ଏହା ସହ ଆଜି ଚିହ୍ନଟ ହୋଇଥିବା 10 ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ତିନି ଜଣ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ।

  • Tags:

Subscribe

National International State Sports Entertainment