କଟକ: ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ କରିବାକୁ ଯାଉଛି। ଓଡ଼ିଶା ସରକାର ଭୁବନେଶ୍ୱରରୁ ତ୍ରିସୁଲିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ଟ୍ରେନ୍ ସେବାକୁ କଟକ ପର୍ଯ୍ୟନ୍ତ ବିସ୍ତାର କରିବାକୁ ଯୋଜନା କରୁଛନ୍ତି। ମେଟ୍ରୋ ପ୍ରକଳ୍ପର କାର୍ଯ୍ୟକ୍ଷମତାକୁ ନେଇ ମନ୍ତ୍ରୀ କହଛନ୍ତି, ମେଟ୍ରୋର ଆବଶ୍ୟକତା ରହିଛି । ପୂର୍ବ ସରକାର ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋର ପରିକଳ୍ପନା କରିଥିଲେ । ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ, କଟକ ଯିବା ଦରକାର । ଏଥିସହିତ ଏବେ ତ୍ରିଶୁଳିଆ ଯାଏଁ ନୁହଁ, ସିଧା କଟକକୁ ମେଟ୍ରୋ ଯୋଡିହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
କଟକ ଯାଏଁ ମେଟ୍ରୋ ଯୋଡ଼ି ହେବା ନେଇ ଏକ କମିଟି ଅନୁଧ୍ୟାନ କରୁଛି । ଟେକ୍ନିକାଲ ଲୋକଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ମଧ୍ୟ କରିଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।